୭୩ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେସବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ସରକାର ବଦ୍ଧ ପରିକର ବୋଲି ସେ କହିଛନ୍ତି । ଆତଙ୍କବାଦ ଓ ଆତଙ୍କବାଦକୁ ପ୍ରୋସôାହନ ଦେଉଥିବା ପାକିସ୍ତାନ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେନାବାହୀନି ସମ୍ପର୍କରେ ଏକ ଐତିହାସିକ ଘୋଷଣା କରିଛନ୍ତି । ଦେଶର ତିନୋଟି ସେନାବାହିନୀ ଜଳ, ସ୍ଥଳ , ଆକାଶ ବାହିନୀର ତିନିଜଣ ସେନାମୁଖ୍ୟ ଥିବାବେଳେ ଏବେ ତିନି ସେନା ମୁଖ୍ୟଙ୍କର ଆଉ ଜଣେ ମୁଖ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୭୩ତମ ସ୍ୱାଧିନତା ଦିବସ ଅବସରରେ ଲାଲ କିଲାରେ ଆୟୋଜିତ ପରେଡରେ ଶ୍ରୀ ମୋଦି ଅଭିବାଦନ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here