ଲୋକାର୍ପିତ ହେଲା ନୂତନ ସଂସଦ ଭବନ । ପୂଜାପାଠ, ପ୍ରାର୍ଥନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ନୂଆ ସଂସଦ ଭବନ ଉଦଘାଟନ କରିଛନ୍ତି । ତେବେ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କରାଯାଇଥିଲା ଏବଂ ହାତରେ ସେଙ୍ଗୋଲ ଧରି ସେ ସାଧାୁ ସନ୍ଥଙ୍କ ଆଶୀର୍ବାଦ ନେବା ପରେ ବାଚସ୍ପତିଙ୍କ ଆସନ ନିକଟରେ ତାହାକୁ ସ୍ଥାପନା କରାଯାଇଥିଲା ।
ନୂତନ ସଂସଦ ଭବନ ଉଦଘାଟନ ସହ ଦେଶର ଇତିହାସରେ ଆଉ ନୂଆ ଅଧ୍ୟାୟ ଯୋଡି ହୋଇଯାଇଛି । ବ୍ରିଟିଶ ଅମଳରେ ନିର୍ମିତ ପୁରୁଣା ସଂସଦ ଭବନକୁ ବିଦାୟ ଦେଇ ନୂଆ ସଂସଦ ଭବନରେ ଏବେ ଦେଶର ଭବିଷ୍ୟତ ନିର୍ମାଣ କରାଯିବ । ନୂତନ ସଂସଦ ଭବନର ଲୋକସଭା କକ୍ଷରେ 888 ଜଣ ସାଂସଦ ବସିବା ବ୍ୟବସ୍ଥା ରହିଥିବା ବେଳେ ରାଜ୍ୟସଭା କକ୍ଷରେ 300 ଜଣ ସାଂସଦ ଏବଂ ମିଳିତ ଅଧିବେସନ ଗୃହରେ 1280 ଜଣ ସାଂସଦ ବସିବାର ବ୍ୟବସ୍ଥା ରହିଛି ।
ନୂତନ ସଂସଦ ଭବନ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସଂସଦ ଭବନ 140 କୋଟି ଭାରତୀୟଙ୍କ ସ୍ବପ୍ନର ପ୍ରତିବିମ୍ବ ଏବଂ ଏହା ନୂଆ ଭାରତ ଗଠନର ଆଧାର ହେବ ।

LEAVE A REPLY

Please enter your comment!
Please enter your name here