ଗୋଆ ଉପକୂଳରେ ତାଣ୍ଡବ ରଚୁଛି ବାତ୍ୟା ତୌକତେ । ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁଁ ବହୁ କ୍ଷୟକ୍ଷତି ଘଟୁଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରେ ବଡବଡ ଗଛ ପଡିଥିବାବେଳେ ଗାଡି ମଟର ଭାଙ୍ଗିଯାଇଛି । କର୍ଣ୍ଣାଟକରେ ୭୫ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଝଡବର୍ଷା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ , ୧୮ ତାରିଖ ଅପରାହ୍ନରେ ଏହା ଗୁଜୁରାଟ ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହୁଛି । ଏହାକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବାତ୍ୟା ପାଇଁ କେରଳ ସମେତ ଗୋଆ, ମହାରାଷ୍ଟ, କର୍ଣ୍ଣାଟକ, ଗୁଜୁରାଟ ଓ ତାମିଲନାଡୁ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ବାତ୍ୟା ପ୍ରଭାବରେ ଶନିବାର ରାତିରୁ କେରଳରେ ବର୍ଷା ପବନ ଜାରି ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ୬ ରାଜ୍ୟରେ ୧୦୦ ଉଦ୍ଧାରକାରୀ ଦଳ ବି ନିୟୋଜିତ ବି ରହିଛନ୍ତି । ଗୁଜରାଓ ପୋର ବନ୍ଦରରେ ବାତ୍ୟା ତୌକତେ ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବନାହିଁ । ସାମାନ୍ୟ ପଶ୍ଚିମ ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here