ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ । ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର PK-303 ବିମାନଟି ଲାହୋରରୁ କରାଚି ଆସୁଥିଲା। ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ । ବିମାନର କର୍ମଚାରୀଙ୍କ ସମେତ ୧୦୭ ଜଣ ଥିଲେ। ମୃତାହତ ସଂପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ ତେବେ ବିମାନର ସମସ୍ତ କର୍ମଚାରୀ କୌଣସି ପ୍ରକାର ଜରୁରୀ ପରିସ୍ଥିତି ପାଇଁ ସକ୍ଷମ ଥିଲେ ବୋଲି ସେ କହିଛନ୍ତି। ତେବେ ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରିତ ଭିଜୁଆଲରୁ ଜଣାପଡ଼ିଛି ଯେ, ଦୁର୍ଘଟଣା ପରେ ଜନବସତି ଅଞ୍ଚଳ ଧୁଆଁମୟ ହୋଇଛି। କରୋନା ଲକଡାଉନ ପାଇଁ ପାକିସ୍ତାନରେ ବିମାନ ସେବା ବନ୍ଦ ଥିବାବେଳେ ମେ ୧୬ରୁ ପୁଣି ଉଡ଼ାଣ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ସହ ପାକିସ୍ତାନୀ ସେନାକୁ ନିୟୋଜିତ କରାଯାଇଛି। ଏହି ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କର କୌଣଶି ଖବର ଏପର୍ଯ୍ୟନ୍ତ ମିଳିନାହିଁ।

LEAVE A REPLY

Please enter your comment!
Please enter your name here