ବାଲେଶ୍ୱର ରେମୁଣା ସଭାରୁ ମୋଦିଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ । କହିଲେ ଓଡିଶାବାସୀଙ୍କ ଆଶିର୍ବାଦରୁ ପୁଣିଥରେ ବିଜୁ ଜନତା ଦଳ ସରକାର ଗଠନ କରିବ,ସରିଥିବା ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବହୁମତ ହାସଲ କରିସାରିଲାଣି, ଏଣୁ ବିଜେଡି ସରକାର ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗଦେବାକୁ ମୋଦିଙ୍କୁ ନମ୍ରତାର ସହ ନିମନ୍ତ୍ରଣ କରିଛନ୍ତି ନବୀନ । ସୁଚନାଅନୁସାରେ, ଗତକାଲି କେନ୍ଦ୍ରାପଡା ଏବଂ ବାଲେଶ୍ୱର ନିର୍ବାଚନୀ ସଭାରେ ଯୋଗ ଦେଇ ନବୀନଙ୍କୁ କଟାକ୍ଷ କରିଥିଲେ । ବିଜେଡି ଖୁବଶୀଘ୍ର ବିଦା ହେବ ବୋଲି ମୋଦି କହିଥିଲେ ।

LEAVE A REPLY

Please enter your comment!
Please enter your name here