ନବୀନଙ୍କ ମନ୍ତ୍ରୀମଣ୍ଡଳର ପୁର୍ନଗଠନ । ଶପଥ ନେଲେ ତିନିଜଣ ମନ୍ତ୍ରୀ । ଲୋକସେବା ଭବନରେ ଆୟୋଜିତ ସମାରୋହରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ, ଶାରଦା ପ୍ରସାଦ ନାୟକ ଓ ସୁଦାମ ମାରାଣ୍ଡି । ରାଜ୍ଯପାଳ ପ୍ରଫେସର ଗଣେଶୀଲାଲ ତିନି ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ବିକ୍ରମ ଆରୁଖ ଗଞ୍ଜାମ, ସୁଦାମ ମାରାଣ୍ଡି ମୟୁରଭଞ୍ଜ ଏବଂ ସାରଦା ନାୟକ ସୁନ୍ଦରଗଡରୁ ପ୍ରତିନିଧିତ୍ବ କରୁଥିବାରୁ 2024 ପାଇଁ ଏହି ତିନୋଟି ଅଞ୍ଚଳରେ ସଂଗଠନକୁ ମଜଭୂତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଉଛି ।
ସୁଦାମ ମାରାଣ୍ଡି ମୟୁରଭଞ୍ଜ ଜିଲ୍ଲା ବିଜେଡି ସଭାପତି ରହିବା ସହ ଦୁଇଥର ସାଂସଦ ଓ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ ସାରଦା ନାୟକଙ୍କୁ ଶ୍ରମ ବିଭାଗ ଏବଂ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିଛି ।