ହାତୀକୁ ଉଦ୍ଧାର କରିବାକୁ ଯାଇ ଫସିଗଲା ଓଡ୍ରାଫ ଟିମ୍ । ମୁଣ୍ଡଳୀ ନିକଟରେ ଓଲଟି ପଡିଲା ଓଡ୍ରାଫ ବୋଟ୍ ।

ମୁଣ୍ଡଳୀ ନିକଟରେ ମହାନଦୀରେ ଆଠଘଣ୍ଟା ଧରି ଫସି ରହିଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା ଓଡ୍ରାଫ ଟିମ୍ । ଏହି ଟିମରେ ଓଡ୍ରାଫ କର୍ମଚାରୀଙ୍କ ସହ ଓଟିଭି ରିପୋର୍ଟର ଅରିନ୍ଦମ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ । ହାତୀକୁ କୂଳକୁ ଘଉଡାଇବା ପାଇଁ ଓଡ୍ରାଫ ଟିମ୍ ଉଦ୍ୟମ କରୁଥିଲେ ଏବଂ ହାତୀ ମଧ୍ୟ ମଝି ମହାନଦୀରୁ କୂଳକୁ ଆସିବା ଆରମ୍ଭ କରିଥିଲା । କିନ୍ତୁ କିଛି ବାଟ ବୋଟ ଅତିକ୍ରମ କରିବା ପରେ ଓଡ୍ରାଫ ବୋଟଟି ପାଣି ଭିତରେ ଓଲଟି ପଡିଥିଲା । କିଛି ଓଡ୍ରାଫ କର୍ମଚାରୀ ପାଣିରେ ପହଁରି ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ବ୍ରିଜ ଉପରୁ ପାଣିରେ ବୁଡି ଯାଇଥିବା ଓଡ୍ରାଫ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।

LEAVE A REPLY

Please enter your comment!
Please enter your name here