ଜାପାନ ହିରୋସିମାରେ ଚାଲିଥିବା ଜି-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦ ତୁଟେଇବା ଉପରେ ଗୁରୁତ୍ବ ଦେଇଛନ୍ତି । ଜାତିସଂଘ ନିୟମ ଆଧାରରେ ସବୁ ରାଷ୍ଟ୍ର ପରସ୍ପରର ସାର୍ବଭୌମତ୍ବକୁ ସମ୍ମାନ ଦେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ହେଉ ଅବା ପୂର୍ବ ଲାଦାଖରେ ଚୀନର ଅନୁପ୍ରବେଶ, ସୀମା ବିବାଦର ସମାଧାନ କେବଳ କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ବକ୍ତବ୍ୟରେ ଋଷିଆର ଆକ୍ରମଣ ବିରୋଧରେ ବିଶ୍ବ ସମୁହର ସମର୍ଥନ ଦେବାକୁ ନିବେଦନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧଙ୍କ ଶାନ୍ତିପୂର୍ଣ୍ଣ ବାଣୀ ଉଦ୍ଧାର କରି ବିବାଦର ସମାଧାନ ଯୁଦ୍ଧ ନୁହେଁ, ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ବୋଲି କହିଥିଲେ ।

ଜି-7 ରାଷ୍ଟ୍ର ମଧ୍ୟରେ ୟୁଏସ, ୟୁକେ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ଜାପାନ ଓ କାନାଡା ସଦସ୍ୟ ହୋଇଥିଲେ ହେଁ ହିରୋସିମା ସମ୍ମିଳନୀରେ ଭାରତ ସମେତ 7ଟି ରାଷ୍ଟ୍ର ନିମନ୍ତ୍ରିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here