ଜଗତସିଂହପୁରର ମା ଶାରଳାଙ୍କ ପୀଠରେ ୧୪୪ ଧାରା । ଆଜିଠୁ ୧୪ ତାରିଖ ଯାଏଁ ପୀଠରେ ୧୪୪ ଧାରା ଜାରି କରାଯାଇଛି । କୋଭିଡ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମହାଷ୍ଟମୀ ଏବଂ ଦଶହରା ବେଳେ ଶାରଳାଙ୍କ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏଭଳି ସ୍ଥିତିରେ କୋଭିଡ ସଙ୍କ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ମନ୍ଦୀର ଆଖପାଖରେ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକଙ୍କ ସମାଗମ ଉପରେ ବି ଲାଗିଛି କଟକଣା । କମ ପୂଜକ ଓ ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ଶେଷ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି

LEAVE A REPLY

Please enter your comment!
Please enter your name here