କନ୍ଧମାଳର ଶିଶୁ ରାଜବୀର୍ । ବୟସ ମାତ୍ର 19 ମାସ । ଜନ୍ମରୁ ମେରୁଦଣ୍ଡଜନିତ ରୋଗ ଏସଏମଏ ରୋଗରେ ଆକ୍ରାନ୍ତ ସେ । ତେଣୁ ସେ ନା ବସିପାରୁଛି, ନା ଠିଆ ହୋଇପାରୁଛି । ସବୁବେଳେ ଶୋଇରହୁଛି ସେ । ଡାକ୍ତରଙ୍କ କହିବା କଥା, ହୁଏତ ଗୋଟିଏ ଇଂଜେକ୍ସନ ତାର ଜୀବନ ବ଼୍ଚାଇ ଦେଇପାରେ । ମାତ୍ର ଇଂଜେକ୍ସନର ଦାମ୍ 16 କୋଟି ଟଙ୍କା । ଏତେଗୁଡେ ଟଙ୍କା କୋଉଠୁ ଆଣିବେ, ସେହି ଚିନ୍ତାରେ ରାଜବୀରର ବାପାମା । ସମସ୍ତଙ୍କୁ ସହଯୋଗର ହାତ ପତେଇ ନିରାଶ ହେବା ପରେ ଏବେ ମୁମ୍ବାଇରେ ସୋନୁ ସୁଦଙ୍କ ନିକଟରେ ପହଞ୍ଚିଛନ୍ତି । ଆଶା ରଖିଛନ୍ତି, ସୋନୁ ସୁଦ୍ ଆର୍ଥିକ ସହାୟତା ପାଇଁ କିଛି ବ୍ୟବସ୍ଥା କରିପାରିବେ । ସୋନୁ ସୁଦ୍ ବି ଦେଶବାସୀଙ୍କୁ ନିବେଦନ କରିଛନ୍ତି । ସମସ୍ତେ ସାହାଯ୍ୟର ହାତ ବଢାଇଲେ ଏହି କୁନି ଶିଶୁର ଜୀବନ ରକ୍ଷା ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here