ଥାଇଲାଣ୍ଡରେ ବର୍ବରୋଚିତ ଘଟଣା । ଗୋଟିଏ ଶିଶୁ ଯତ୍ନ କେନ୍ଦ୍ରରେ ହଠାତ ଜଣେ ବନ୍ଧୁକଧାରୀ ଦୁର୍ବୃତ୍ତ ପଶିଲେ ଏବଂ ପ୍ରଥେ ଚାରି ପାଞ୍ଚଜଣ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ କେନ୍ଦ୍ରରେ ଥିବା ଶିଶୁମାନଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁଳିମାଡରେ ଶିଶୁ ଯତ୍ନ କେନ୍ଦ୍ରରେ ରକ୍ତର ସୁଅ ଛୁଟିଲା । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀ ଦୁର୍ବୃତ୍ତ ମଧ୍ୟାହ୍ନ ଭୋଜନ ସମୟରେ ଶିଶୁ ଯତ୍ନ କେନ୍ଦୁ ମଧ୍ୟକୁ ଆସିଥିଲା । ସେତେବେଳେ କେନ୍ଦ୍ରରେ 30 ଜଣ ଶିଶୁ ଥିଲେ । ତେବେ ସେ ପ୍ରଥମେ କେନ୍ଦ୍ରର ଶିକ୍ଷକ ଓ କର୍ମଚାରୀଙ୍କୁ ହତ୍ୟା କରିଥିଲା । ପରେ ଶିଶୁମାନଙ୍କୁ ମାରିଥିଲା । ମୃତ ଶିଶୁମାନଙ୍କ ଭିତରେ 2 ବର୍ଷର ଶିଶୁ ମଧ୍ୟ ରହିଛନ୍ତି ।

ଦୁର୍ବୃତ୍ତ ଜଣକ ପୂର୍ବରୁ ପୋଲିସରେ କାମ କରୁଥିଲେ । ବର୍ଷକ ତଳେ ତାଙ୍କୁ ନିଶାଦ୍ରବ୍ୟ ପାଇଁ ପୋଲିସ ବିଭାଗରୁ ବହିଷ୍କାର କରାଯାଇଥିଲା । ଦୁର୍ବୃତ୍ତ ଜଣକ ଶିଶୁ ଯତ୍ନ କେନ୍ଦ୍ରରେ ଗୁଳିମାଡ କରିବା ପୂର୍ବରୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ପରେ ସେ ନିଜକୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି ।

ଦୁର୍ବୃତ୍ତ ଜଣକ କାହିଁକି ଏଭଳି ଜଘନ୍ୟ କାଣ୍ଡ ଘଟାଇଲା, ଜଣାପଡିନି । ପୋଲିସ ଏହି ଦୁଃଖଦ ଘଟଣାର ଅନୁସନ୍ଧାନ କରୁଛି ।

LEAVE A REPLY

Please enter your comment!
Please enter your name here