ବିରି ମାଡ ଦେଖି କୋଳଥ ଚୋପା । ଏହି କଥା ଆମେ ଏଥିପାଇଁ କହୁଛୁ ଯେ, ସାଥୀ କଏଦୀଙ୍କୁ ମୃ୍ତ୍ୟୁ ଦଣ୍ଡାଦେଶ ଶୁଣି କଏଦୀଙ୍କ ଚାଲିଗଲା ପ୍ରାଣ । ଗୁରୁବାର ଜଣେ କଏଦୀଙ୍କୁ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଆଉ ଏହି ଖବର ଶୁଣିବା ପରେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରଧୀନ କଏଦୀଙ୍କ ଆଜି ମୃତ୍ୟୁ ହୋଇଛି । ମୃତକ ପଣ୍ଡାପଡା ଥାନା ମିଶ୍ରମାଳ ଗାଁର ଟୁରୀ ମୁଣ୍ଡା । ସେ ଆଜି ସକାଳେ ଖାଦ୍ୟ ସଂଗ୍ରହ କରି ନିଜ ବାରାକକୁ ନେଇଥିଲେ । ଖାଦ୍ୟ ଖାଇବା ପାଇଁ ତଳେ ବସିଥିବାବେଳେ ହଠାତ ପଡିଥିଲେ । ତାଙ୍କୁ ଜେଲ୍ ଡାକ୍ତର ଦେଖିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୁଚନା ଦେଇଛନ୍ତି । ମୃତ ଟୁରୀ ମୁଣ୍ଡା ୨୦୧୮ ମେ ମାସରେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବେ କେନ୍ଦୁଝର ଜେଲରେ ଥିଲେ । ତାଙ୍କ ବିରୋଧରେ ୩୫୪(ଏ) ୩୫୪ (ବି) ଆଦି ଦଫା ଲାଗିଥିଲା । ତେବେ, ଗତକାଲି ସୁନୀଏ ନାଏ ନାମକ କଏଦୀଙ୍କୁ ପୋକ୍ସୋ ମାମଲାରେ ଫାଶୀ ଦଣ୍ଡ ଶୁଣାଯିବା ପରେ ଅ।।ଜି ଟୁରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here