ଆସନ୍ତା 9 ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଭୁବନେଶ୍ବର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି ।

ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଯୋଗୁ ରାଜ୍ୟରେ ଗତ ଚାରିଦିନ ଧରି ବର୍ଷା ଲାଗି ରହିଛି । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରିଣ ଅଞ୍ଚଳରେ ଆସନ୍ତା ୯ତାରିଖ ଯାଏଁ ବର୍ଷା ଲାଗି ରହିବ ।

ଗତକାଲି ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁ ଦଶହରା ବଜାର ପ୍ରଭାବିତ ହୋଇଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଦେବୀଙ୍କର ଭସାଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁ ଲୋକଙ୍କ ଭିତରେ ଉତ୍ସାହ କମିଛି ।

LEAVE A REPLY

Please enter your comment!
Please enter your name here