ଶେଷ ହୋଇଛି ପରୀକ୍ଷାମୂଳକ ଅବଢା ରୋଷେଇ । ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ହୋଇନଥିବା ବେଳେ ସୁଆର ନିଯୋଗ ସହ ଆଲୋଚନା ପରେ ଦର ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୁଚନାଅନୁସାରେ ପୁରୀ ଶ୍ରୀମନ୍ଦିରରେ ଅବଢ଼ା ରେଟ୍ ମୂଲ୍ୟ ଧାର୍ଯ୍ୟ କରିବା ନେଇ ମଙ୍ଗଳବାର ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧା ଯାଇଥିଲା । ଏଥିପାଇଁ ସୁଆର ଓ ମହାସୁଆର ନିଯୋଗଙ୍କୁ ଲକ୍ଷ୍ମୀ ଭଣ୍ଡାରରୁ ମହାପ୍ରସାଦ ପ୍ରସ୍ତୁତି ପାଇଁ ସମସ୍ତ ଜିନିଷ ଯୋଗାଇ ଦିଆଯାଇଥିଲା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧନ ଶେଷ ହୋଇଥିବା ବେଳେ ଦର ନିର୍ଦ୍ଧାରଣ ହୋଇନାହିଁ । ଦର ନିର୍ଦ୍ଧାରଣ ନେଇ କୌଣସି ସମୟଧାର୍ଯ୍ୟ ହୋଇନଥିବା ବେଳେ ଏସମ୍ପର୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହେବ। ତେବେ ଖୁବଶୀଘ୍ର ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲଗାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।