ଫଟୋଗ୍ରାଫର ମାନସ ସ୍ୱାଇଁ ଅପହରଣ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ୱେବ ପୋର୍ଟାଲ ସମ୍ପୂର୍ଣ୍ଣାକୁ ପଞ୍ଜିକୃତ କରିବା ପାଇଁ ତିନିଜଣ ବିଧାୟକ ଏବଂ ଜଣେ ଅଫିସର ଚାପ ପକାଉଥିବା ସୂଚନା ମିଳିଛି । ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଏହାର ପଞ୍ଜିକରଣ ପାଇଁ ଚାପ ପକା ହେଉଥିଲା । ଏବେ ପ୍ରଶ୍ନ ଉଠୁଛି ସେ ବିଧାୟକ କିଏ ? କାହିଁକି ଆଗ୍ରହୀ ଥିଲେ ବିଧାୟକ । ବର୍ତ୍ତମାନ ସୁଦ୍ଧା ଶର୍ମିଷ୍ଠା ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ମୋବାଇଲ ଟ୍ରାକିଂ କରୁଛି ପୋଲିସ । ଶର୍ମିଷ୍ଠା ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ । ସୋମବାର ତାଙ୍କ ଲୋକେସନ ଓଡିଶାରେ ଦେଖାଉଥିବାବେଳେ ଏବେ ଆଉ କୌଣସି ସୂଚନା ମିଳିପାରୁନାହିଁ । ମୋବାଇଲରୁ ସିମ୍ ବାହାର କରିଦେଇଛନ୍ତି ଶର୍ମିଷ୍ଠା । ପରିବାର ଲୋକଙ୍କ ଉପରେ ନଜର ରଖିଛି ପୋଲିସ । ଚାନ୍ଦବାଲି ଏସଡିପିଓ ଦେଇଥିବା ସୂଚନା ଅନୁଯାୟୀ ଏହି ମାମଲାରେ ପୋଲିସ ଛ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ତିନିଜଣଙ୍କୁ ପୋଲିସ ଖୋଜୁଛି । ହତ୍ୟାକାଣ୍ଡ ସହ ସେମାନଙ୍କ ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି ବୋଲି ଏସଡିପିଓ କହିଛନ୍ତି ।

ମାନସ ସ୍ବାଇଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ କାମ କରୁଥିଲେ ଏବଂ କିଛି ନଗ୍ନ ଭିଡିଓକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

LEAVE A REPLY

Please enter your comment!
Please enter your name here