ଆଜି ଶ୍ରାବଣ ମାସର ଶେଷ ସୋମବାର। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବୋଲ୍ ବମ୍ ହର ହର ବମ୍ ରେ କମ୍ପୁଛି ବିଭିନ୍ନ ଶୈବ ପୀଠ । ଜଳଲାଗି ପାଇଁ ବିଭନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ କାଉଡିଆ ମାନେ ଶିବ ମନ୍ଦିରରେ ଗହଳି ଲଗାଇଛନ୍ତି । ଆଜି ଶେଷ ସୋମବାର ହୋଇଥିବାରୁ ମାନସିକ ପୂରଣ ନିମନ୍ତେ କାଉଡ଼ିଆମାନେ ମନ୍ଦିରରୁ ପ୍ରାୟ ୨ ରୁ ୫ କିମି ଦୂରରେ ଥିବା ଜଳାଶୟରୁ ଜଳ ଆଣି ଅଣ୍ଟାରେ ବାନ୍ଧି ଗୁରୁଣ୍ଡି ଗୁରୁଣ୍ଡି ଜଳାଭିଷେକ କରିଛନ୍ତି।

LEAVE A REPLY

Please enter your comment!
Please enter your name here