ନିର୍ବାଚନ ପରେ ଆଜି ପ୍ରଥମଥର ପାଇଁ ପଦ୍ମପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି ଯେ, ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଘୋଷଣା ହେବ । ଏହାସହ ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ଅନ୍ୟାନ୍ୟ ପ୍ରକଳ୍ପ ନେଇ ମଧ୍ୟ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଡିସେମ୍ବର ୨ରେ ଉପନିର୍ବାଚନ ପ୍ରଚାର କରିଥିଲେ ନବୀନ । ସେତେବେଳେ ପ୍ରମୂଖ ପ୍ରତିଶୃତି ଥିଲା ଖୁବଶୀଘ୍ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା, ପାଇକମାଳକୁ ଏନଏସି କରିବା, ପାଇକମାଳ ପିଏଚସିକୁ ସିଏଚସି କରିବା, ଝାରବନ୍ଧରେ ଚକ୍ରଧର ଡ୍ୟାମର ପୁନଃରୁଦ୍ଧାର ।
୨୦୨୪ ପାଇଁ ପଦ୍ମପୁରରୁ ପଶ୍ଚିମ ଦ୍ୱାର ଖୋଲିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ୩ ମାସ ଭିତରେ ଏହା ଦ୍ୱିତୀୟ ପଦ୍ମପୁର ଗସ୍ତ । ମୁଖ୍ୟମନ୍ତ୍ରୀ ଯେଉଁ ୩ଟି ସ୍ଥାନରେ ପ୍ରଚାର କରିଥିଲେ ସେଠାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ପଦ୍ମପୁରବାସୀଙ୍କ ସାମ୍ନାକୁ ଆସିବେ ନବୀନ । ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ ଶକ୍ତିପଡିଆ , ପାଇକମାଳ ହାଇସ୍କୁଲ ପଡିଆ ଏବଂ ପଦ୍ମପୁର ଆରମି ହାଇସ୍କୁଲ ପଡିଆରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମିଶନ ଶକ୍ତି , ଏସଏଚସି ମହିଳାଙ୍କୁ ଚେକ ପ୍ରଦାନ ସହିତ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

LEAVE A REPLY

Please enter your comment!
Please enter your name here