ସମଗ୍ର ଦେଶରେ ଇସ୍ପାତ ଶିଳ୍ପ ବିକାଶରେ ଓଡିଶା ପ୍ରମୁଖ ସ୍ଥାନ ଅଧିକାର କରିଛି. ‘କ୍ୟାପିଟାଲ ଗୁଡ୍ସ ଇନ୍ ଷ୍ଟିଲ ସେକ୍ଟର-ମ୍ୟାନୁଫ୍ୟାକଚର ଇନ୍ ଇଣ୍ଡିଆ ଶୀଷର୍କ କର୍ମଶାଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି. ୧୯୯୯-୨୦୦୦ ବର୍ଷରୁ ଏପର୍ଯ୍ୟନ୍ତ ରାଜ୍ୟରେ ଖଣିଜ ପଦାର୍ଥ ୪ମିଲିୟନ ଟନରୁ ବୃଦ୍ଧି ହୋଇ ୩୩ମିଲିୟନ ଟନରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି.  ୨୦୩୦ ସୁଦ୍ଧା ରାଜ୍ୟରେ ଉତ୍ପାଦିତ ଧାତୁକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି. ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ ଇନ ଓଡ଼ିଶା କନକ୍ଲେଭ’ ଆୟୋଜନ କରାଯାଇଛି ଏବଂ ଏହା ଦ୍ୱାରା ଓଡ଼ିଶାରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି. ଏହି କର୍ମଶାଳାରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗୀ , ବେସାମରିକ ଉଡାଣ ମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ର ଗୁରୁ ଓ ସରକାରୀ ଉଦ୍ୟୋଗୀ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଗୀତେ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here