ମହାପ୍ରଭୁଙ୍କର ଗର୍ଭଗୃହରେ ମୂଷା ଆତଙ୍କ । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦସୃଷ୍ଟି କରିଛି ମୂଷା । ରତ୍ନ ସିଂହାସନରେ ବଡ ବଡ ମୂଷା ଆତଙ୍କ ସୃଷ୍ଟି କରିଛନ୍ତି । ମୂଷାମାନେ ଚାନ୍ଦୁଆରେ ରହୁଛନ୍ତି । ମହାପ୍ରଭୁଙ୍କ ପହଡ ପରେ ଅନ୍ଧାରର ସୁଯୋଗ ନେଇ ଠାକୁରଙ୍କର ଶ୍ରୀଅଙ୍ଗକୁ କ୍ଷତି ପହଁଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ମହାବାହୁଙ୍କର ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡିଙ୍କୁ ମଧ୍ୟ କାଟିଛନ୍ତି । ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁଁ ବଡ ଠାକୁରଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମୂଷା ଗୁଡିକ ହାତେ ଲମ୍ବା । ଖାଲି ମୂଷା ନୁହେଁ ଅନେକ ସମୟରେ ପଲ ପଲ ଅସରପା ମଧ୍ୟ ଦେଖାଯାଆନ୍ତି

LEAVE A REPLY

Please enter your comment!
Please enter your name here