ବିଶ୍ୱକପ ହକି ପାଇଁ ଆରମ୍ଭ ହେଲା ଗ୍ରାଣ୍ଡ ସେଲିବ୍ରେସନ । ଡିଜେ ସଙ୍ଗୀତରେ କମ୍ପୁଛି ବାରବାଟୀ ଷ୍ଟାଡିୟମ । ବଲିଉଡ ଷ୍ଟାର ଦିଶା ପଟ୍ଟାନୀଙ୍କ ସହ ରଣବୀର ସିଂ ଜଲୱା ଟିକେ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ । ଲମ୍ବାଲାଇନ୍‌ରେ ଷ୍ଟାଡିୟମକୁ ପ୍ରବେଶ କରୁଛନ୍ତି ଦର୍ଶକ । ୩ଟାରୁ ଡିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବାବେଳେ ପରେ ପରେ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି , ପ୍ରିନ୍ସ ଡ୍ୟାନ୍ସ ଗ୍ରୁଫ୍ , ସବ୍ୟସାଚୀ, ଅର୍ଚ୍ଚିତାଙ୍କ ଡ୍ୟାନ୍ସ କାର୍ଯ୍ୟକ୍ରମ ରହିଛି । ସଂଧ୍ୟା ୬ଟାରେ ଗ୍ରାଣ୍ଡ ୱେଲକମ କାର୍ଯ୍ୟକ୍ରମ ରହିଛି । ପରେ ହକି ୱାଲର୍ଡ କପ ସଙ୍ଗୀତ ବଲିଉଡ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଲାଇଭ୍ ଡ୍ୟାନ୍ସ କାର୍ଯ୍ୟକ୍ରମ ରହିବ ।

LEAVE A REPLY

Please enter your comment!
Please enter your name here