ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନୁରଣ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ଏବଂ ସେଠାରୁ ଗୋଟିଏ ସପ୍ତାହ ମଧ୍ୟରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍ଟେମ୍ବର ୧୫ରୁ ଏହି ବ୍ୟବସ୍ଥା ଚାଲୁ ହେବାର ସୂଚନା ମିଳିଛି । ଭକ୍ତମାନେ ଧାଡ଼ି ମାଧ୍ୟମରେ ସୁବିଧାଜନକ ଭାବରେ ଦର୍ଶନ କରିପାରିବେ । ବାହାରେ ଭିଡ଼ ହେବ ନାହିଁ ଏବଂ ଦର୍ଶନ ପରେ ଶ୍ରଦ୍ଧାଳୁ ଫେରିବାର ପ୍ରକ୍ରିୟା ଠିକ୍ ଭାବେ କରାଯିବ ।ମନ୍ଦିରରେ ମହାପ୍ରସାଦ ବିକ୍ରୟ ପାଇଁ ରେଟ୍ଚାର୍ଟ୍ ଲାଗୁ କରାଯିବା ସହିତ ସୁଆର ନିଯୋଗକୁ ନେଇ ପ୍ରଶାସନ ଆଲୋଚନା କରିଛି । ତାସହିତ, ଜ୍ଞାନଯଜ୍ଞ ମଣ୍ଡପ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇସାରିଛି ଏବଂ ଶୀଘ୍ର ଟେଣ୍ଡର ହେବ ।














