ସାଧାରଣ ନିର୍ବାଚନକୁ ୨ମାସ ବାକିଥିବା ବେଳେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ । ବଦଳିବ ସର୍ବଣ୍ଣଙ୍କ ଭାଗ୍ୟ, ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି । ତେବେ ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ସୁବିଧା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ସବର୍ଣ୍ଣଙ୍କୁ ଏହି ସଂରକ୍ଷଣ ସରକାରୀ ଚାକିରୀ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଗାଇଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।
ସୂଚନା ଅନୁସାରେ, ୫୦% + ୧୦% ଫର୍ମୂଲାରେ ସଂରକ୍ଷଣ ଲାଗୁ କରାଯିବ । ବାର୍ଷିକ ୮ ଲକ୍ଷରୁ କମ୍ ଆୟ ଥିବା ସବର୍ଣ୍ଣ ପାଇବେ ଏହି ସୁବିଧା । ଆଜି କ୍ୟାବିନେଟ୍ ଏହାକୁ ମୋହର ମାରିଥିବାବେଳେ ମଙ୍ଗଳବାର ଲୋକସଭା ଗୃହରେ ବିଲକୁ ଉପସ୍ଥାପନ କରାଯିବ । ଆର୍ଥିକ ମାନଦଣ୍ଡ ଆଧାରରେ ସମସ୍ତ ଧର୍ମର ସବର୍ଣ୍ଣଙ୍କୁ ସଂରକ୍ଷଣ ବ୍ୟବସ୍ଥାରେ ସାମିଲ କରାଯିବ । ଏନେଇ ସମ୍ୱିଧାନର ଧାରା ୧୫(୪) ଓ ୧୬(୪)ରେ ସଂଶୋଧନ ବିଲ୍ ମଧ୍ୟ ଅଣାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।
ମୋଦି ସରକାରଙ୍କ ଏଭଳି ମାଷ୍ଟରକାର୍ଡକୁ ସ୍ୱାଗତ କରିଛି ବିଜେପି । ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଶାହନଓ୍ୱାଜ ହୁସୈନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ହେଉଛି ‘ସବକା ସାଥ୍ ସବକା ବିକାଶ’ । ସରକାର ସବର୍ଣ୍ଣଙ୍କୁ ତାଙ୍କ ହକ୍ ଦେଇଛନ୍ତି । ମୋଦି ଦେଶବାସୀଙ୍କ ପାଇଁ କାମ କରନ୍ତି ବୋଲି ସେ କହିଛନ୍ତି । ଥିବାବେଳେ ମୋଦି ଖେଳିଲେ ମାଷ୍ଟ୍ରରକାର୍ଡ । ତେବେ ଏ ମାଷ୍ଟରକାର୍ଡରେ ଲାଭବାନ ହେବେ ଅବହେଳିତ ସବର୍ଣ୍ଣ ।