ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ଓ କଳାହାଣ୍ଡି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି. ଫଳରେ ଦୋକାନ ବଜାର ସମେତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିଛି. ଅନ୍ୟପଟେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି. ଯେଉଁଥିପାଇଁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛ. ଅର୍ଥନୈତିକ ଅବରୋଧ ଯୋଗୁ ମାଲପରିବହନ ବନ୍ଦ ରହିଛି । ଜାତୀୟ ରାଜପଥ କଡରେ ଟ୍ରକ ଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here