ଆସନ୍ତା 18 ତାରିଖରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେସନ । ପାଞ୍ଚଦିନ ପାଇଁ ବସିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେସନ ନିମନ୍ତେ ଆସନ୍ତା ସୋମବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଇ ମେଲ କରି ସବୁ ଦଳର ନେତାଙ୍କୁ ବୈଠକ ସଂପର୍କରେ ଅବଗତ କରାଇଛନ୍ତି । ତେବେ ସଂସଦୀୟ ଦଳ ବୈଠକ କେଉଁ ଉଦ୍ଦେଶ୍ୟରେ ଡକାଯାଉଛି, ସେସଂପର୍କରେ ସରକାର ସବୁ ଦଳର ନେତାଙ୍କ ସହ ବିଚାରବିମର୍ଷ କରିବା ଆବଶ୍ୟକ ବୋଲି କହିଛନ୍ତି ସିପିଆଇ ନେତା ଡି. ରାଜା । ସେହିପରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖି ସଂସଦର ସ୍ବତନ୍ତ୍ର ଅଧିବେସନ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ବିରୋଧୀଙ୍କ ପାଖରେ ସ୍ବତନ୍ତ୍ର ଅଧିବେସନର ଏଜେଣ୍ଡା ସଂପର୍କରେ କିଛି ସୂଚନା ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here