କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦୋକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୨୫ ବର୍ଷ ବୟସ୍କ ଅର୍ଜୁନ ତେନ୍ଦୁଲକର କନିଷ୍ଠ ଭାରତୀୟ ଦଳ ଏବଂ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳୁଛନ୍ତି। ସାନିୟା ଚାନ୍ଦୋକ ହେଉଛନ୍ତି ମୁମ୍ବଇର ଅନ୍ୟତମ ଧନୀ ତଥା ନାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ।

ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ, ବ୍ରୁକ୍ଲିନ୍ କ୍ରିମରି ଓ କ୍ବାଲିଟି ଆଇସ୍‌କ୍ରିମ୍‌ର ମାଲିକ ରବି ଘାଇଙ୍କ ନାତୁଣୀ ସାନିୟା ଚାନ୍ଦୋକଙ୍କ ସହ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ମୁମ୍ବଇରେ ହୋଇଛି। ଗୋପନୀୟ ଭାବେ ଆୟୋଜିତ ଥୂଲା। କେବଳ ଉଭୟ ପରିବାରର ସଦସ୍ୟ ଏବଂ କିଛି ନାମୀ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ। ବିବାହର ତାରିଖ ଏପର୍ଯ୍ୟନ୍ତ ନିର୍ଧାରିତ ହୋଇନାହିଁ । ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଶିକ୍ଷାପ୍ରାପ୍ତ ସାନିୟା, ବର୍ତ୍ତମାନ ମୁମ୍ବଇରେ ବ୍ୟବସାୟରେ ନିୟୋଜିତ। ସଚିନଙ୍କ ପତ୍ନୀ ଅଞ୍ଜଳୀ ତେନ୍ଦୁଲକର ଅବସରରେ ବେଶ ଖୁସି ନଜର ଆସିଥିଲେ। ଅର୍ଜୁନ ବର୍ତ୍ତମାନ ରଣଜୀ ଟ୍ରଫି ପାଇଁ ପ୍ରସ୍ତୁତିରେ ବ୍ୟସ୍ତ, ଏବେ ସେ ଗୋଆ ଟିମ ପାଇଁ ଖେଳିବେ।

LEAVE A REPLY

Please enter your comment!
Please enter your name here