ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ପୂଜାରେ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୭ ମାସ ହେଲା ଓଡିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ତ୍ୟାଗ ସ୍ୱୀକାର କରିବାକୁ ପଡିଛି । ଏଥିପାଇଁ ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ , ଆମେ କରୋନା ବିରୋଧରେ ଲଢିବା । ଆପଣଙ୍କ ତ୍ୟାଗ, ବୃଥା ଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ୬ମାସରେ କରୋନା ସଙ୍କ୍ରମଣ ରୋକିବାରେ ସଫଳ ହୋଇଛି । ଏଥିରେ ଓଡିଶାର ସବୁ ନାଗରିକଙ୍କର ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିଛି ଲୋକ ଟିକେ ଅମାନିଆ ଅଛନ୍ତି । ଗତ ୧୫ ଦିନ ହେଲା ରାଜ୍ୟରେ କୋଭିଡ କେସ୍ କମିବା ଆରମ୍ଭ କରିଛି । ସେପ୍ଟେମ୍ବର ୨୬ରେ ୪ ହଜାରରୁ ଅଧିକ ଥିଲା । ଏବେ ୨ ହଜାର ତଳେ କରୋନା ପଜିଟିଭ୍ ଆସୁଛି । ପଜିଟିଭ୍ ଆଗକୁ ଆହୁରୀ କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । କିନ୍ତୁ ଲୋକଙ୍କ ସହଯୋଗ, କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ ଓ ଗଜପତିରେ ସଙ୍କ୍ରମଣ କମିଛି । ଅନ୍ୟ ପାଇଁ ପ୍ରେରଣା ପାଲଟିଛି ଏହି ଦୁଇ ଜିଲ୍ଲା । କରୋନାର କ୍ୟାରେକ୍ଟର ପ୍ରୋଫାଇଲ ବହୁତ କ୍ରିଟିକାଲ । ମେଡିସିନ ଓ ଭ୍ୟାକ୍ସିନ ଆସିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ । ବ୍ରିଟେନ , ଫ୍ରାନ୍ସରେ ସଙ୍କ୍ରମଣ ପୁଣି ଅଧିକ ଭୟଙ୍କର ଭାବେ ବଢିଛି । ଏବେ ସେମାନେ ପୁଣି ଲକ୍ ଡାଉନ୍ ଏବଂ ସଟ୍ ଡାଉନକୁ ଫେରିଲେଣି । ଆମେରିକା ପରେ ଭାରତ ଏବେ ସଙ୍କ୍ରମଣରେ ଦ୍ୱିତୀୟ ସ୍ଥାନରେ ଅଛି । ଓନାମ ପର୍ବ ପାଇଁ କେରଳରେ ସଙ୍କ୍ରମଣ ତିନି ଗୁଣ ବଢି ଯାଇଛି । ଏକ୍ସପର୍ଟଙ୍କ କହିବାନୁସାରେ, ଶୀତ ଋତୁରେ କରୋନା ଅଧିକ ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି ଘରେ ରହି ପୂଜା କରନ୍ତୁ । ପୂଜା ସମୟରେ ସର୍ବସାଧାରଣ ସ୍ଥାନରେ ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ରଖନ୍ତୁ, ହାତ ଧୁଅନ୍ତୁ । ଆମେ ସାବଧାନ ରହିଲେ ଆଉ ସଙ୍କ୍ରମଣ ବଢି ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here