ଆଜି ରାଜ୍ୟରେ ୧୯୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୦୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୧୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୮୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ୨୫୦କୁ ବୃଦ୍ଧି ପାଇଛି । ଏଯାବତ ସୁସ୍ଥ ହେଲେଣି ୨,୪୯ ହଜାର ୫୭୫ ଏବଂ ଆକ୍ଟିଭ୍ କେସ୍ ରହିଛି ୨୧,୪୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା-୧୨୮, କଟକ-୧୧୧, ଅନୁଗୁଳ-୧୦୯, କେନ୍ଦ୍ରାପଡା-୧୦୬, ସୁନ୍ଦରଗଡ-୧୦୦, ମୟୂରଭଞ୍ଜ-୯୩, ବାଲେଶ୍ୱର-୯୦, କଳାହାଣ୍ଡି-୭୬, ଜଗତସିଂହପୁର ଓ ସୁବର୍ଣ୍ଣପୁରରୁ ୭୩ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର-୬୬, କେନ୍ଦୁଝର-୫୬, ଝାରସୁଗୁଡା-୫୧, ଢେଙ୍କାନାଳ-୫୦, ପୁରୀ ଓ ଯାଜପୁରରୁ ୪୯ ଲେଖାଏଁ ଓ ସମ୍ବଲପୁରରୁ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ ଷ୍ଟେଟ୍‌ପୁଲରୁ ୪୩ ଲେଖାଏଁ, ଗଞ୍ଜାମରୁ ୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟ-୩୬, ବରଗଡ-୩୫, ନୟାଗଡ ୩୨, ମାଲକାନଗିରି-୩୦, ବୌଦ୍ଧ-୨୪, ଦେବଗଡ-୨୧, ଭଦ୍ରକ-୧୯, କନ୍ଧମାଳ-୧୮, ରାୟଗଡାରୁ ୧୭ ଓ ଗଜପତିରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ରାଜ୍ୟରେ ଆଜି ୧୬ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ନୂଆପଡାରୁ ୨, ଭଦ୍ରକ ଓ କଟକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଝାରସୁଗୁଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here