ମଙ୍ଗଳବାର ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମସ୍ତ ଅଧିକାରୀଙ୍କୁ ସମୟରେ ଅଫିସ୍ ଆସିବା ଓ ଲୋକମାନଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି । ୧୦ଟି ବିଶେଷ ଦିଗରେ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ କରିଛନ୍ତି । ଏହାସହିତ ସବୁ ସରକାରୀ ଅଫିସରେ AI କ୍ୟାମେରା ସ୍ଥାପନ କରିବା ପାଇଁ ମଧ୍ଯ ନିଷ୍ପତି ନିଆ ଯାଇଛି।
ପ୍ରଥମ ପର୍ଯ୍ୟାୟରେ ଖାରବେଳ ଭବନ ଓ ଲୋକସେବା ଭବନରେ AI କ୍ୟାମେରା ଲଗାଯିବ, ଏହା ପରେ ଜିଲ୍ଲାସ୍ତରର ସମସ୍ତ ସରକାରୀ କାର୍ଯ୍ୟାଳୟରେ କ୍ୟାମେରା ଲଗା ହେବ। ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ୍କୁ ପହଁଚନ୍ତୁ—ଏହିବିଷୟରେ ମୁଖ୍ୟ ଶାସନ ସଚିବ ବିଶେଷ ଗୁରୁତ୍ବ ଦେଇଛନ୍ତି । ଭଲ ପ୍ରଦର୍ଶନ ନ କରୁଥିବା ଅଧୂକାରୀଙ୍କୁ ନିୟମିତ ନଜରରେ ରଖାଯିବ, ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ସୁଧାର ପାଇଁ ସୁଯୋଗ ଦିଆଯିବ । ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵାରୋପ କରିଛନ୍ତି ।
ଦୁର୍ନୀତିର ମୂଳକାରଣ ଚିହ୍ନଟ କରି, ସେଥ୍ରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜନସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି, ତାହାର ଅନୁଧ୍ୟାନ ହେବ । ଅକ୍ଟୋବରରୁ ‘CM ଡାଶବୋର୍ଡ’ ଚାଲୁ ହେବ । ପ୍ରତି ମାସ ୭ତାରିଖରେ ଜିଲ୍ଲାପାଳଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା, ଏବଂ ୧୨ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ରାଜସ୍ବ ବିଭାଗର ସମୀକ୍ଷା ହେବ ।
ସମସ୍ତ ବିଭାଗ ସେମାନଙ୍କ ବିଭାଗ ର ଖର୍ଚ୍ଚ ବୃଦ୍ଧି ପ୍ରତି ଧ୍ୟାନ ଦେବେ । କାର୍ଯ୍ୟାଳୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବାକୁ ପ୍ରାଥମିକତା ଦେବା ସହ, ଏନଫୋର୍ସମେଣ୍ଟ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି।














