ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁର ତଦନ୍ତ ଭିତରେ ସାମ୍ନାକୁ ଆସିଛି ତାଙ୍କ ଡାଏରୀର କିଛି ଫର୍ଦ୍ଦ । ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ଏଥିରେ ଅନେକ କିଛି ଲେଖିଛନ୍ତି ଶ୍ୱେତା । ଦିନକୁ ଦିନ ଉଭୟଙ୍କ ସମ୍ପର୍କ ମଜଭୁତ ହେଉଥିବା କଥା ଡାଏରୀରେ ଉଲ୍ଲେଖ କରିଛନ୍ତି । ଖାଲି ଏତିକି ନୁହେଁ ଶ୍ୱେତାଙ୍କୁ ସୌମ୍ୟ ନିଜ ସ୍ତ୍ରୀଭାବେ ଗ୍ରହଣ କରିଥିବା ଡାଏରୀରେ ଲେଖିଛନ୍ତି । ଭଗବାନ ଆମର ସବୁ ସମସ୍ୟା ଦୂର କରାନ୍ତୁ ଲେଖିବା ସହ ଶେଷରେ ସୌମ୍ୟଜିତ୍ ଲଭ୍ ଶ୍ୱେତା ବୋଲି ଲେଖା ରହିଛି । ଏହି ଡାଏରୀରେ ଲେଖା କେବେ ଏବଂ କେଉଁ ପରିସ୍ଥିତିରେ ଲେଖାଯାଇଛି ତାହା ଜଣାପଡିନାହିଁ ।
ସେପଟେ ଶ୍ୱେତାଙ୍କ ପରିବାର ଲୋକେ ଆଜି ଡିସିପିଙ୍କୁ ଭେଟିଛନ୍ତି । ଶ୍ୱେତାଙ୍କ ବାପା, ମା ଓ ଭାଇ ଡିସିପିଙ୍କୁ ଭେଟି ନ୍ୟାୟଭିକ୍ଷା କରିଛନ୍ତି । ଶ୍ୱେତାଙ୍କର ସୌମ୍ୟଜିତଙ୍କ ପ୍ରେମ ସମ୍ପର୍କ ଥିଲା , ଏନେଇ ଶ୍ୱେତାଙ୍କ ୪ ଜଣ ବନ୍ଧୁ ସବୁ ଜାଣିଛନ୍ତି ବୋଲି ଡିସିପିଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here