ନବୀନ ନିବାସରେ ପାଟକୁରା ପଲିଟିକ୍ସ । ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନେଇ ନବୀନ ନିବାସରେ ଉଚ୍ଚ ସ୍ତରୀୟ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ବସିଥିବା ଏହି ବୈଠକରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡିର ବିବାଦକୁ ନେଇ ଆଲୋଚନା ହୋଇଥିବା ସେ କହିଛନ୍ତି । ତେବେ ଦଳରେ କୌଣସି ଅସନ୍ତୋଷ ନାହିଁ ।ପାଟକୁରାରୁ ଏଥର ବିଜେଡି ଜିତିବା ଏକ ରକମ ନିଶ୍ଚିତ ବୋଲି ସଞ୍ଜୟ କହିଛନ୍ତି । ପାଟକୁରା ନିର୍ବାଚନର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାର୍ଶାଘାଇ ବ୍ଲକ ଅତନୁ ଓ ଗରଦପୁର ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଯୋଗ ଦେଇଥିଲେ । ବୈଠକରେ ରାଜା ସ୍ୱାଇଁ ,ଅତନୁ ନାୟକ, କିଶୋର ତରାଇ , ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୦ରେ ପାଟକୁରାରେ ନିର୍ବାଚନ ହେବ ।

LEAVE A REPLY

Please enter your comment!
Please enter your name here