ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲୀପ ରାୟ । ଆଜି ପ୍ରକାଶ ପାଇଥିବା ବିଜେପି ପ୍ରାର୍ଥୀ ତାଲିକାରେ ଦିଲ୍ଲୀପ ରାୟଙ୍କ ନାଁ ରହିଛି । ସେ ପୂର୍ବରୁ ତିନିଥର ରାଉରକେଲାରୁ ବିଧାୟକ ଭାବେ ବିଜୟ ଲାଭ କରିଥିଲେ ହେଁ ଗତ ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ନ ଥିଲେ । ଆଜି ଦଳ ପକ୍ଷରୁ 21 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଘୋଷିତ ତାଲିକାରେ ପୂର୍ବ ଘୋଷିତ ଦୁଇଜଣ ପ୍ରାର୍ଥୀଙ୍କୁ ବଦଳାଇଛି ଦଳ । ରଣପୁର ଆସନରେ ଦଳ ପୂର୍ବରୁ ତାପସ ମାର୍ଥାଙ୍କ ନାଁ ଘୋଷଣା କରିଥିବା ବେଳେ ଏଥର ତାଲିକାରେ ସୁରମା ପାଢୀଙ୍କ ନାଁ ଘୋଷଣା କରାଯାଇଛି । ସେହିପରି ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଦଳ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା କୈଳାସ କୁଲେସିକାଙ୍କୁ ଦଳ ଲକ୍ଷ୍ମୀପୁର ଆସନରୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ଡମ୍ବରୁ ଶିଶାଙ୍କୁ ଚିତ୍ରକୋଣ୍ଡା ଆଶନରୁ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here