ମେ 13 ତାରିଖ ନୁହେଁ, 16ରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ତାରିଖ ପୁଣିଥରେ ଘୁଞ୍ଚାଇଛନ୍ତି । 13 ତାରିଖରେ ଇଦ ଉଲ ଫିତର ପଡୁଥିବାରୁ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି । 16 ତାରିଖରେ ଭୋଟ ଗ୍ରହଣ ପରେ 19 ତାରିଖରେ ଭୋଟ ଗଣତି ହେବ । ତେବେ ପୂର୍ବରୁ 48 ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେଉଥିବା ବେଳେ ପିପିଲିରେ 72 ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି । 13 ତାରିଖ ସଂଧ୍ୟାରୁ ନିର୍ବାଚନ ପ୍ରଚାର ବନ୍ଦ କରାଯିବ । ସେହିପରି ଭୋଟଗ୍ରହଣ କେନ୍ଦ୍ରରେ କରୋନା କଟକଣାକୁ ନଜରରେ ରଖି ସ୍ବତନ୍ତ୍ର ଗାଇଡଲାଇନ ପ୍ରକାଶ କରିଛନ୍ତି କମିଶନ । ଭୋଟ୍ ଦେବାକୁ ସବୁ ଭୋଟରଙ୍କୁ ଗୋଟିଏ ଲେଖାଁଏ ଗ୍ଲୋଭ୍ସ ଦିଆଯିବ । ଏବେ ସଂକ୍ରମଣ ବଢୁଥିବାରୁ ରାଜନୈତିକ ସମାବେଶ ଓ ଶୋଭାଯାତ୍ରା ବାରଣ କରାଯାଇଛି । ଘରକୁ ଘର ବୋଲି ପ୍ରଚାର କଲାବେଳେ ପାଞ୍ଚଜଣ ଯିବାକୁ ଅନୁମତି ଦେଇଛନ୍ତି କମିଶନ ।

LEAVE A REPLY

Please enter your comment!
Please enter your name here