ଅଜିତ୍‌ଙ୍କ ପରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ବିଶ୍ୱକେତନ । ତେବେ ରେସ୍‌ରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଏବଂ ମାନଓ ଆଚାର୍ଯ୍ୟ ଥିବା ମଧ୍ୟ ସୂଚନା ମିଳିଛି । ମେ ୧୬ରେ ହେବ ମତଦାନ । ମେ ୧୩ରେ ହେବାକୁ ଥିବା ଉପନିର୍ବାଚନ ଇଦ୍ ପାଇଁ ଘୁଞ୍ଚାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ତାରିଖ ବଦଳାଯାଇଛି ।

LEAVE A REPLY

Please enter your comment!
Please enter your name here