ପୁରୀ ସମୂଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗାଧୋଇବାବେଳେ ସମୁଦ୍ରରେ ବୁଡିଯାଇଥିଲେ ୩ ପର୍ଯ୍ୟଟକ । ୨ ଜଣଙ୍କୁ ଲାଇଫଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଯେଉଁ ମହିଳା ଜଣଙ୍କ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି ସେ ହେଉଛନ୍ତି, ଛତିଶଗଡର ମୀନାକ୍ଷି ନାୟକ । ପରିବାର ସହ ପୁରୀ ବୁଲିବାକୁ ଆସି ସେକ୍ଟର ୧ ବେଳାଭୂମିରେ ଗାଧୋଉଥିବାବେଳେ ଉଚ୍ଚ ଜୁଆରରେ ଭାସିଯାଇଥିଲେ ।

LEAVE A REPLY

Please enter your comment!
Please enter your name here