ହୋଲି ଖେଳିବା ପରେ ବଲିଉଡ ଅଭିନେତା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଅଚାନକ ହୃଦଘାତରେ ମୃତ୍ୟୁ ହେବା ପଛରେ ଆଉ କିଛି କାରଣ ରହିଛି । ସେ ଯେଉଁ ଫାର୍ମହାଉସରେ ହୋଲି ଖେଳିବା ବେଳେ ଅସୁ୍ସ୍ଥ ହୋଇ ପଡିଥିଲେ, ଏବେ ପୋଲିସ ସେଠାରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ସନ୍ଦେହ କରାଯାଉଛି, ସତୀଶ କୌଶକଙ୍କ ମୃତ୍ୟୁ ପଛରେ ଏହି ଆପତ୍ତିଜନକ ସାମଗ୍ରୀ ଏକ ବଡ କାରଣ ହୋଇଥାଇପାରେ ।

ଦିଲ୍ଲୀ ସ୍ଥିତ ବିଜବାସନ ଫାର୍ମ ହାଉସରେ ହୋଲି ଖେଳୁଥିଲେ ସତୀଶ କୌଶିକ । ଏହି ଫାର୍ମ ହାଉସଟି ତାଙ୍କ ସାଙ୍ଗ ବିକାଶ ମାଲୁଙ୍କର । ତେବେ ପୋଲିସ ସତୀଶଙ୍କ ମୃତ୍ୟୁ ପରେ ଫାର୍ମହାଉସରେ ଛାନଭିନ କରିଥିଲା । ସେଠାରୁ କିଛି ଆପତ୍ତିଜନକ ଔଷଧ ପ୍ୟାକେଟ ପୋଲିସ ଜବତ କରିଛି । ତେବେ ସତୀଶ କୌଶିକଙ୍କ ଭିସେରା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ, ସତୀଶଙ୍କ ମୃତ୍ୟୁ ପଛରେ ଏହି ଆପତ୍ତିଜନକ ଔଷଧ ରହିଛି ନା ନାହିଁ ?

ପୋଲିସ ହୋଲିଦିନ ଫାର୍ମହାଉସକୁ ଆସିଥିବା ସବୁ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକା ଅନୁଯାୟୀ ବହୁ ବଲିଉଡ୍ ଅଭିନେତା ହୋଲି ସେଲିବ୍ରେସନରେ ସାମିଲ ହୋଇଥିଲେ । ତେବେ ଫାର୍ମ ହାଉସରେ କେବଳ ହୋଲି ହୋଇଥିଲା, ନା ଆଉ କିଛି, ସୁରାଗ୍ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here