ଆମ ଓଡିଶା, ନବୀନ ଓଡିଶା ପ୍ରଚାରପତ୍ରରେ ନିଜର ବିଧବା କାହାଣୀ ଦେଖି ଚକିତ ହୋଇଛନ୍ତି ଜଣେ ମହିଳା । ବରଗଡ ଜିଲ୍ଲା ଦର୍ଲିପାଲି ଗାଁରେ ରହୁଥିବା ସତୁରୀ ବର୍ଷୀୟା ମହିଳା ତେଜକୁଅଁର ପଟେଲଙ୍କୁ ବିଧବା ଦର୍ଶାଇ ଆମ ଓଡିଶା, ନବୀନ ଓଡିଶା ପ୍ରଚାରପତ୍ରରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ତେଜକୁଅଁରଙ୍କ ଫଟୋ ପ୍ରକାଶ ପାଇଛି ଏବଂ ତେଜକୁଅଁରଙ୍କ ମନ୍ତବ୍ୟକୁ ଉଦ୍ଧାର କରି କୁହାଯାଇଛି ଯେ, ସେ ଜଣେ ବିଧବା ମହିଳା । ଅସୁସ୍ଥ ହେବା ପରେ ବିଏସକେଓ୍ବାଇ କାର୍ଡ ଯୋଗୁ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ଆରୋଗ୍ୟ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମାତ୍ର ସତୁରୀ ବର୍ଷୀୟା ଏହି ମହିଳା ତେଜକୁଅଁରଙ୍କ ସ୍ବାମୀ ଜୀବିତ ଥିବା ବେଳେ ତାଙ୍କୁ କେମିତି ବିଧବା ବୋଲି ଦର୍ଶାଯାଇଛି, ତାକୁ ନେଇ ବ୍ୟଥିତ ହୋଇଛନ୍ତି । ସେ ସୁସ୍ଥ ଅଛନ୍ତି, କିନ୍ତୁ ପାରାଲିସିସ୍ ଯୋଗୁ ତାଙ୍କ ସ୍ବାମୀ ଶଯ୍ୟାଶାୟୀ ଅଛନ୍ତି । ଆମ ଓଡିଶା, ନବୀନ ଓଡିଶା ବୁକଲେଟରେ ଏଭଳି ମନଗଢା କାହାଣୀ ଦେଖି ସେ ଦୁଃଖ ପ୍ରକାଶ କରିଛନ୍ତି । ଶଯ୍ୟାଶାୟୀ ସ୍ବାମୀଙ୍କ ସେବା କରୁଥିବା ବେଳେ ତାଙ୍କୁ ସରକାରୀ ପ୍ରଚାରପତ୍ରରେ ବିଧବା ଦର୍ଶାଯିବା ତାଙ୍କୁ ବେଶୀ କଷ୍ଟ ଦେଇଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here