ଲାଲ କରିଡରରେ ପହଁଞ୍ଚିବ ବିକାସର ଧାରା । ସେଥିପାଇଁ ୮ରୁ ୧୦ କିଲୋମିଟର ନଦୀ ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚିଛନ୍ତି ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ । ପଞ୍ଚାୟତ ବାସିଙ୍କ ସହ ସମସ୍ତ ସମସ୍ୟାର ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେ । ଏହି କାମକୁ ନେଇ ସବୁଠି ପ୍ରଶଂସାର ପାତ୍ର ସାଜିଛନ୍ତି ବିଡିଓ ।୨୦୦୮ ମସିହାରେ ମାଓବାଦୀ ମାନେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଞ୍ଚଳରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡିନଥିଲା ନକ୍ସଲ ଭୟରେ ଏହି ଅଞ୍ଚଳକୁ କେହି ଆସୁ ନଥିବା ବେଳେ ଲରେମୋହନ ପହଁଚି ଶୁଖିଲା ଓଠରେ ହସ ଭରିଛନ୍ତି । ଏହି ଅଞ୍ଚଳରେ ଲରେମୋହନ ପହଁଞ୍ଚି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ମାଲକାନଗିରିରୁ ଏ ଦେବାଶିଶ ପାତ୍ରଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here