ଉଠୁଛି ପଡୁଛି ପିପିଲି । ପ୍ରଚାରର ଶେଷଦିନ ଥିବାରୁ କମ୍ପୁଛି ପିପିଲି ମଇଦାନ । ଆସନ୍ତା ୩୦ରେ ଭୋଟ୍ ଗ୍ରହଣଥିବାରୁ ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଦଳୀୟ ନେତା ଓ ସମର୍ଥକଙ୍କ ଗହଣରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ତାଙ୍କ ପୁଅ ରୁଦ୍ର ପ୍ରତାପ ଭୋଟ ଭିକ୍ଷା କରୁଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ୨ ବର୍ଷ ପାଇଁ ତାଙ୍କୁ ଥରୁଟିଏ ସୁଯୋଗ ଦିଅନ୍ତୁ ବୋଲି ନିବେଦନ କରୁଛନ୍ତି । ଅ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଚାଷୀଙ୍କ ସହ ତାଙ୍କ ଦଳ ରହିଛି ବୋଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଗତ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ବିଧାୟକ ହୋଇ ଆସୁଥିବା ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲିବାସୀ ଜିତାଇବେ କି ପରିବର୍ତ୍ତନ ସପକ୍ଷରେ ଭୋଟ ଦେବେ ତାହା ଆସନ୍ତା ୩୦ରେ ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here