ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଦେଖିବାକୁ ମିଳିବ ପର୍ବତରାଣୀ କଳ୍ପନା ଦାଶଙ୍କ ସ୍ମୃତି । ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ ଚଢିଥିବା ବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେସବୁ ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ ସେ ରାଜ୍ୟ ସଂଗ୍ରାହଳୟକୁ ୨୦୧୭ ମସିହାରେ ଅର୍ପଣ କରିଥିଲେ। ଆଗାମୀ ଦିନରେ ଏହି ପୋଷାକକୁ ସ୍ଥାୟୀ ଭାବେ ପ୍ରଦର୍ଶିତ ହେବ ବୋଲି ସଂଗ୍ରାହଳୟ ପକ୍ଷରୁ କୁହାଯାଇଛି। ଏବଂ ସଂଗ୍ରାହଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଇଛି । ସୁଚନାଅନୁସାରେ, ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଛି । ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା । ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା । କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ଯାଇଥିବା ୩ ଜଣିଆ ଟିମ୍ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ନୂଆଦିଲ୍ଲୀ ହୋଇ କାଠମାଣ୍ଡୁ ଗସ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here