ଲକ୍ଷପତି ଭିକାରୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ମୃତ ଭିକାରୀଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଠାବ କରିଛି । ମୁମ୍ବାଇର ଗୋବାନ୍ଦି ଅଞ୍ଚଳରେ ଭିକ୍ଷାବୃତ୍ତି କରି ଚଳୁଥିବା ବିରଭି ଚାନ୍ଦ ଆଜାଦିଙ୍କ ଗତ ଶୁକ୍ରବାର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ରେଳବାଇ ପୋଲିସ ଘଟଣାର ତଦନ୍ତ କରି ସ୍ଥାନୀୟ ହକର ଓ ଭିକାରୀମାନଙ୍କ ସହାୟତାରେ ବିରଭି ଚାନ୍ଦ ରହୁଥିବା ଝୁମ୍ପୁଡିକୁ ଠାବ କରିଥିଲେ । ତେବେ ଯାଞ୍ଚ ବେଳେ ପୋଲିସ ଟିମ୍ ଯାହା ଦେଖିଲେ ତାହା ବିଶ୍ୱାସ କରିପାରିନଥିଲେ । ଭଙ୍ଗା ବାଲ୍ଟି ଓ ଜରି ବ୍ୟାଗ ଭିତରୁ ୧ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିଲା । ଏତେ ପରିମାଣର ଖୁଚୁରା ଥିଲା ଯେ, ସବୁ ଟଙ୍କା ଗଣିବାକୁ ପୋଲିସକୁ ପ୍ରାୟ ୮ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା । କେବଳ ଏତିକି ନୁହେଁ ବିଭିନ୍ନ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ୍ ରହିଥିବା ୮ ଲକ୍ଷ ୭୭ ହଜାର ଟଙ୍କା ମିଳିଥିଲା । ତଦନ୍ତ ବେଳେ ପୋଲିସ ଆଜାଦଙ୍କ ପ୍ୟାନ କାର୍ଡ , ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି । ଆଜାଦଙ୍କ ଘର ରାଜସ୍ଥାନରେ ବୋଲି ତାଙ୍କ ପରିଚୟ ପତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here