ଗାଁରେ ଶୋକର ଛାୟା । ସମସ୍ତଙ୍କ ପାଟିରେ ଅମର ଅଚ୍ୟୁତ । କାନ୍ଦ ବୋବାଳିରେ ଯେମିତି ଗାଁ ସ୍ତବ୍ଧ ହୋଇଯାଇଥିଲା । ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷକୃତ୍ୟ ବୁଧବାର ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ନରେ ଅଚ୍ୟୁତାନନ୍ଦଙ୍କ ମର ଶରୀର ପୈତୃକ ଗାଁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଘୁଷୁରିମୁଣ୍ଡାରେ ପହଞ୍ଚିବା ପରେ ପରିବାର, ବନ୍ଧୁବାନ୍ଧବ ଓ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।  ଏହାପରେ ବଲାଙ୍ଗୀର ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଗତକାଲି ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଥିଲା ଏହି ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ଏହି ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here