ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଓଡିଆ ସାଂସଦ ତଥା ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଦିର୍ଘ ୫୦ ମିନିଟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଇଂରାଜୀ ,ହିନ୍ଦୀ ,ସଂସ୍କୃତ ଏବଂ ଓଡିଆ ଭାଷାରେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରତାପ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାର ବରପୁତ୍ର ମାନଙ୍କ ବିଷୟରେ କହିଥିଲେ । ପ୍ରତାପ ତାଙ୍କ ଅଭିଭାଷଣରେ ମୋଦିଙ୍କୁ ପ୍ରଶଂସା କରିବା ସହ କହିଥିଲେ ମୁଁ ଏକ ସାଧାରଣ ପରିବାରରୁ ଆସିଛି । ରାଜନୀତି ମୋ ପାଇଁ ଜନସେବାର ଏକ ମାଧ୍ୟମ ଠିକ ସେହି ପରି ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛନ୍ତି ଏବଂ ଜଣେ ଚା ବାଲାକୁ ଭାରତର ଲୋକେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିଛନ୍ତି । ବିଗତ ୫ ବର୍ଷରେ ତାଙ୍କ ସରକାରରେ ଦୁର୍ନିତୀର ଛିଟା ଟିଏ ବି ଲାଗିନି । ପ୍ରଧାନମନ୍ତ୍ରୀ କହିଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି ଦେଶର ପ୍ରଧାନ ସେବକ । ଯାହାକି ସେ ପାଳନ କରୁଛନ୍ତି । ଭାରତୀୟ ଜନତା ପାର୍ଟି ଦେଶର ମହିଳା ,ଆଦିବାସୀ ,ଶିଶୁ ଏବଂ ଦଳିତମାନଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିଲା ଏବଂ ତାହା ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ସବକା ସାଥ୍ ସବକା ବିକାଶ ନୀତିରେ କାମ କରୁଛନ୍ତି ଯାହା ଭାରତକୁ ବହୁ ଆଗକୁ ନେଉଛି । ପ୍ରତାପ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ । ପୂର୍ବରୁ କଂଗ୍ରେସ ସରକାର ଟୁଜି ,ଥ୍ରିଜି ଭଳି ବିଭିନ୍ନ ଦୁର୍ନିତିରେ ବୁଡି ରହିଥିଲେ ଏବଂ ଦେଶକୁ ନିମ୍ନଗାମୀ କରିଥିଲେ । ଯେଉଁ ମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ । ବର୍ତ୍ତମାନ ସେମାନେ ମୋଦିଙ୍କୁ ସହି ପାରୁନାହାନ୍ତି । ଦେଶର ଜନତା ମୋଦିଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଓ ଭରସା ରଖିଛନ୍ତି

LEAVE A REPLY

Please enter your comment!
Please enter your name here