ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ଆଜି ଡିଜିପି ଆର୍ .ପି.ଶର୍ମା ନିଜେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବିଧାନସଭାକୁ ଏଥର ୩ ଥାକିଆ ସୁରକ୍ଷା ବଳୟରେ ରଖାଯିବ । ବଜେଟ ଅଧିବେଶନ ପାଇଁ ବିଧାନସଭା ପରିସରରେ ସର୍ବମୋଟ ୨୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିସହିତ ସୁରକ୍ଷା ଦାୟିତ୍ୱରେ ୯୦ ପୁଲିସ ଅଧିକାରୀ ରହିବେ । ୨ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ , ୨ ୟୁନିଟ ଏସ୍ଟିୟୁ , ୭ ସେକ୍କନ୍ କୁ୍ୟଆର୍ଟି,୪ ଜଣ ଡିସିପି ଓ ନିଜେ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭାକୁ ଦିନ ରାତି ସୁରକ୍ଷାବାହିନୀ ଜଗି ରହିବେ । ବିଧାନସଭା ଛାତ ଉପରେ ମଧ୍ୟ ଏଥର ପୁଲିସ ଜଗି ରହିବ । ସମୁଦାୟ ତିନୋଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବିଧାନସଭା ଗେଟ ନିକଟରେ ଗୋଟେ ଥିବା ବେଳେ ,ଗୋଟିଏ ୧୪୪ ଧାରା ଫଟୋମେକର ଲେନ୍ ଏବଂ ଅନ୍ୟଟି ଧାରଣାସ୍ଥଳ ନିକଟରେ ରହିଛି । ପର୍ଯ୍ୟାପ୍ତ ପରିମାଣରେ ସିସିଟିଭି ଲଗାଯାଇଛ । ଏହି କଣ୍ଟ୍ରୋଲ ରୁମ୍ ରୁ ସେଗୁଡିକୁ ତଦାରଖ କରାଯିବ ।

LEAVE A REPLY

Please enter your comment!
Please enter your name here