ଓଡିଶାରେ ରହୁଥିବା ଚାଢେ ଚାରିକୋଟି ଲୋକଙ୍କ ଭଗବାନ କିଏ ?

ଏଭଳି ପ୍ରଶ୍ନର ଉତ୍ତରରେ ଆପଣ କହିବେ, ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ସେମାନଙ୍କ ଭଗବାନ ଅଲଗା ଅଲଗା । ଅର୍ଥାତ ଭଗବାନଙ୍କୁ ସମସ୍ତେ ଭିନ୍ନ ଭିନ୍ନ ରୂପରେ ଉପାସନା କରିଥାନ୍ତି ।

କିନ୍ତୁ ଉପବାଚସ୍ପତି ରଜନୀକାନ୍ତ ସିଂହ ସର୍ବସାଧାରଣରେ ସାଢେ ଚାରିକୋଟି ଲୋକଙ୍କ ଭଗବାନ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବର୍ଣ୍ଣନା କରିଛନ୍ତି । ଗତ ଦୁଇଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଅଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଲଗାତର ମୁଖ୍ୟମନ୍ତ୍ରୀ ପଦରେ ରହିଲେ କଣ ଜଣେ ଭଗବାନ ପାଲଟିଯାଆନ୍ତି ? ହୁଏତ ନବୀନ ପଟ୍ଟନାୟକ ଭୋଟ ରାଜନୀତିରେ ରାଜ୍ୟର ସବୁଠାରୁ ଲୋକପ୍ରିୟ ନେତା । ଆଉ ଯିଏ ମୁଖ୍ୟମନ୍ତ୍ରୀ ଭାବେ ରହିବେ, ତାଙ୍କ କର୍ତ୍ତବ୍ୟ ହେଉଛି, ସେ ରାଜ୍ୟବାସୀଙ୍କ ହାନୀଲାଭ ବୁଝିବେ । ସେ ଟଙ୍କିକିଆ ଚାଉଳ ହେଉ ଅବା ପାଞ୍ଚଟଙ୍କିଆ ଭୋଜନ, ସ୍କୁଲ ପିଲାଙ୍କୁ ସାଇକେଲ ହେଉ ଅବା ଗରିବ, ଖଟିଖିଆଙ୍କ ଘର ଓ ଭତ୍ତା । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଏକ ସରକାରର ମୁଖ୍ୟଙ୍କୁ ଭଗବାନ କୁହାଯିବା କେତେଦୂର ସମୀଚିନ ?

ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ଭରପୁର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଉପସ୍ଥିତିରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ନାୟକଙ୍କୁ ସାଢେ ଚାରିକୋଟି ଓଡିଆଙ୍କ ଭଗବାନ ବୋଲି କହିଲେ । ଉପବାଚସ୍ପତିଙ୍କ ମୁହଁରୁ ଏଭଳି ଭାଷଣବାଜି ଶୁଣି ମୁଖ୍ୟମନ୍ତ୍ରୀ ବି ଖୁସି । ଅର୍ଥାତ ରଜନୀକାନ୍ତଙ୍କ ଭଗବାନ ଆଖ୍ୟାର ସଂଶୋଧନ କଲେନି ସେ । ବରଂ ତାଳିମାଡରେ ସଭାସ୍ଥଳ କମ୍ପି ଉଠିଲା ।

ଉପବାଚସ୍ପତିଙ୍କ ଭାଷଣ ଶୁଣି ବିରୋଧୀ ବିଜେପି ନେତାଏ ଖପ୍ପା । ସରକାରଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି । ବିରୋଧୀଙ୍କ ଆରୋପ ହେଉଛି, ନବୀନଙ୍କୁ ଭଗବାନ କହି ଉପବାଚସ୍ପତି ସାଢେ ଚାରିକୋଟି ଓଡିଆଙ୍କୁ ଅପମାନିତ କରିଛନ୍ତି । ନବୀନ ବି ସବୁ ଶୁଣି ଚୁପ୍ ରହିବା ଘଟଣାକୁ ସହଜରେ ହଜମ କରିପାରିନାହାଁନ୍ତି ବିରୋଧୀ ।

LEAVE A REPLY

Please enter your comment!
Please enter your name here