ଦିନ ବିତୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ଅର୍ଚ୍ଚନାଙ୍କ ନାଗ ଫାଶରେ କିଏ ପଡିଥିଲେ ତାହା ଧିରେ ଧିରେ ସ୍ପଷ୍ଟ ହେଉଛି । କେମିତି ଅର୍ଚ୍ଚନା ନାଗ ଫାଶ ବିଛାଉଥିଲେ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା ଏତଲାରେ ସେ ଲେଖିଛନ୍ତି ଯେ, ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା ଅର୍ଚ୍ଚନା ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ନିଜ ଆଡୁ ତଦନ୍ତ କରିଥିଲେ ଅକ୍ଷୟ ପରିଜା । ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଲେ । ଅର୍ଚ୍ଚନା ତ ଗିରଫ ହେଲେ କିନ୍ତୁ କୁଆଡେ ଗଲେ ପ୍ରଥମ ଅଭିଯୋଗକାରିଣୀ । ଭୁବନେଶ୍ୱର ଖଣ୍ଡଗିରୀ ଏବଂ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା । ଖଣ୍ଡଗିରୀ ଥାନାରେ ଅଭିଯୋଗ ପରେ ଗିରଫ ହେଲେ ଅର୍ଚ୍ଚନା । ସମାନ ଭାବରେ ବ୍ଲାକମେଲିଂ ଅଭିଯୋଗ ଆଣି ଏହା ପୂର୍ବରୁ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ସିନେମା ପ୍ରଯୋଜକ ଅକ୍ଷୟ ପରିଜା । ଜଣେ ଯୁବତୀ ତାଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣି ଗତ ୩୦ ତାରିଖରେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅର୍ଚ୍ଚନା ତାଙ୍କୁ ଧମକ ଦେବା ସହ ଭୁବନେଶ୍ୱରର ଏକ ତାରକା ହୋଟେଲରେ ୩ କୋଟି ଟଙ୍କା ଡିଲ୍ କରିଥିଲେ । ଯଦି ଟଙ୍କା ନଦିଅନ୍ତି ତେବେ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି ହତ୍ୟା କରିବେ ବୋଲି କହିଥିବା ନିଜ ଏଫଆଇଆର କପିରେ ଦର୍ଶାଇଥିଲେ ଅକ୍ଷୟ ପରିଜା । ଏହା ପୂର୍ବରୁ ସୋସିଆଲ ମିଡିଆରେ ସମ୍ପୃକ୍ତ ଯୁବତୀଙ୍କର ଭିଡିଓ ଭାଇରାଲ ହୋଇଥିଲା । ତାଙ୍କୁ ଅଭିନେତ୍ରୀ କରିବା ଆଳରେ ଶାରିରୀକ ନିର୍ଯାତନା ଅକ୍ଷୟ ପରିଜା ଦେଇଥିବା ଅଭିଯୋଗ ହୋଇଥିଲା । ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ଯେଉଁ ଯୁବତୀଙ୍କ ଉପରେ ଥିଲା ସେ ଏବେ କେଉଁଠାରେ । ଗତକାଲି ଭୁବନେଶ୍ୱର ଡିସିପି ଏନେଇ ପ୍ରତିକ୍ରୀୟା ରଖିଥିଲେ । ଖଣ୍ଡଗିରୀ ଓ ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି । ତଦନ୍ତ ଚାଲିଛି ବୋଲି ଡିସିପି କହିଥିଲେ ।

LEAVE A REPLY

Please enter your comment!
Please enter your name here