ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ସୋମବାର ସମଗ୍ର ଭାରତ ବର୍ଷରେ ବିଘ୍ନରାଜଙ୍କ ପୂଜା ପାଇଁ ଜୋରଦାର ଆୟୋଜନ ହୋଇଛି । ବିଦ୍ୟାଦାତା ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, ବଜାର, ବ୍ୟବସାୟୀ ସଂଗଠନ ଉତ୍ସବ ମୁଖର ହୋଇଉଠିଛିö ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଲକ୍ଷାଧିକ ଟଙ୍କାର ବଜେଟରେ ଗଣେଶ ପୂଜାର ଆୟୋଜନ ହୋଇଛି । ମୁମ୍ବାଇ ବ୍ୟତୀତ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ବିଶାଖାପାଟଣାରେ ମଧ୍ୟ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଳିତ ହେଉଛି । ଓଡିଶାରେ ମଧ୍ୟ ଗଣେଶ ପୂଜା ଆକର୍ଷଣୀୟ ଭାବେ ପାଳନ ହେଉଛି । ଗଣେଶ ପୂଜା ପାଇଁ ସ୍କୁଲ-କଲେଜ ଛାତ୍ରଛାତ୍ରମାନେ ଉତ୍ସାହିତ ଅଛନ୍ତି । ପୂର୍ବାହ୍ଣ ୭ଟାରୁ ଅପରାହ୍ନ ଯାଏଁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯିବ । ରାଜଧାନୀ ଭୁବନେଶ୍ୱର ସମେତ ଜଟଣୀ, ଖୋର୍ଦ୍ଧା, ତାଳଚେର, ଦେବଗଡ଼, ବାଲେଶ୍ୱର ଓ କଟକରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଇଁ ଆୟୋଜନ ହୋଇଛି । ଜଟଣୀ ସହରର ୧୩ଟି ସ୍ଥାନରେ ବ୍ୟୟ ବହୁଳ ପୂଜାର ଆୟୋଜନ ହୋଇଛି । ଏଠାରେ ପୂଜା ୧୩ ଦିନ ଯାଏଁ ପୂଜା ଚାଲିବ । ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଗଣେଶ ପୂଜା ଅବସରରେ ସହରରେ ମୀନାବଜାର, ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ ହୋଇଛି । ଶେଷରେ ଭାଦ୍ରବ ପୂର୍ଣ୍ଣିମା ଅବସରରେ ସେପ୍ଟେମ୍ବର ୧୪ରେ ଭସାଣୀ ଉତ୍ସବର ଆୟୋଜନ ହେବ । ତାଳଚେର ଗଣେଶ ପୂଜାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଲଡୁ ନିଲାମି । କୋଇଲା ନଗରୀ ତାଳଚେରରେ ବହୁ ସ୍ଥାନରେ ଗଣେଶ ପୂଜାର ଆୟୋଜନ ହେଉଛି । ସେହିପରି କଟକ ଓ ବାଲେଶ୍ୱରରେ ଭଗବାନ ଗଣେଶଙ୍କ ଡିଜାଇନ ମୂର୍ତ୍ତି ନିର୍ମାଣ ହୋଇଛି ।

LEAVE A REPLY

Please enter your comment!
Please enter your name here