କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ଜୁନାଗଡ ବ୍ଲକ ମଥୁରା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମଥୁରା ଗ୍ରାମର ମିଳୁ ବଗର୍ତ୍ତି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ କପିଳେଶ ନାମକ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ଘଟଣା ସ୍ଥଳରେହିଁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇଥିବା ବସ୍ ଜୁନାଗଡ ଥାନାରେ ଅଟକ ରହିଛି ।

LEAVE A REPLY

Please enter your comment!
Please enter your name here