ଚାଲିଛି ଗଣତି । କାହାର ହେବ ରାଇସିନା ? କେତେ ଭୋଟରେ ଜିତିବେ ଦ୍ରୌପଦୀ ?
ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟ ପ୍ରକ୍ରିୟାରେ ଆଜି ଚାଲିଛି ଗଣତି । ସଂଧ୍ୟା ସୁଦ୍ଧା ଫଳାଫଳ ଆସିବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୂ ମୁର୍ମୁ କି ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା, କାହା ସପକ୍ଷରେ ଯିବ ଫଳାଫଳ, ତାହା ଉପରେ ସମସ୍ତଙ୍କ ନଜର । ଯଦିଓ ଦ୍ରୌପଦୀ ମୁର୍ମୁଙକ ବିଜୟ ସୁନିଶ୍ଚିତ, ତଥାପି କେତେଭୋଟରେ ସେ ଯଶଓ୍ବନ୍ତଙ୍କ ଠାରୁ ଅଧିକ ଭୋଟ ପାଇବେ, ତାହା ଗଣତି ପରେ ଜଣାପଡିବ । ଆସନ୍ତା 25 ତାରିଖରେ ନୂଆ ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବେ । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଉଛନ୍ତି, ତେବେ ସେ ହେବେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି । ଓଡିଶାର ରାଇରଙ୍ଗପୁରରୁ ଦିଲ୍ଲୀର ରାଇସିନା ଯାତ୍ରାରେ ସେ ହେବେ ପ୍ରଥମ ଓଡିଆ ।

LEAVE A REPLY

Please enter your comment!
Please enter your name here