ଆଜି କୋର୍ଟରେ ହାଜର ହୋଇ ଫେରିବା ବେଳେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ପୁରା ମାମଲାର ସିବିଆଇ ତଦନ୍ତ କରାଯ଼ାଉ ବୋଲି କହିଛନ୍ତି I କୋର୍ଟ ଭ୍ୟାନ ଭିତରୁ ମିଡିଆକୁ ଦେଇଥିବା ପ୍ରତିକ୍ରିୟାରେ ଅର୍ଚ୍ଚନା କହିଛନ୍ତି, ତଥାକଥିତ ପୀଡିତା କୁଆଡେ ଗଲେ ? କଣ ପାଇଁ କୋର୍ଟ ଫରଓ୍ବାର୍ଡ କଲାବେଳେ ତାଙ୍କ ମୁହଁ ବନ୍ଦ କରି ନିଆଯାଉଛି ? ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି ବୋଲି ଅର୍ଚ୍ଚନା କହିଛନ୍ତି I ଗିରଫର 6 ଦିନ ପର୍ଯ୍ୟନ୍ତ ସେ କିଛି ଜାଣିପାରିଲେନି ବୋଲି କହିଛନ୍ତି I କେବଳ ତାଙ୍କୁ ନୁହେଁ, ଏହି ମାମଲାରେ ତାଙ୍କ ପରିବାରକୁ ନଜରବନ୍ଦୀ ରଖାଯ଼ାଇ ହତୋତ୍ସାହିତ କରାଯାଇଛି I ସିବିଆଇ ତଦନ୍ତ ହେଲେ ସବୁ ସତ ବାହାରିବ ବୋଲି ସେ କହିଛନ୍ତି I

ଅକ୍ଷଯ ପରିଜାଙ୍କ ଠାରୁ କେତେ ନେଇଛ ବୋଲି ପ୍ରଶ୍ନର ଉତ୍ତରରେ ଅର୍ଚ୍ଚନା କହିଛନ୍ତି, ତାଙ୍କ ଠାରୁ ସେ କିଛି ନେଇନାହାଁନ୍ତି I ଆସନ୍ତା 7 ତାରିଖରେ କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ I

LEAVE A REPLY

Please enter your comment!
Please enter your name here