ରାଜ୍ୟରେ ଦୁଇ ହଜାର ପାର୍ କରିଛି କରୋନା ସଙ୍କ୍ରମଣ । ୨୪ ଘଣ୍ଟାରେ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଙ୍କ୍ରମଣ । ରାଜ୍ୟରେ ୩ ପ୍ରତିଶତ ଉପରେ ରହିଛି ସଙ୍କ୍ରମଣ । ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ରହିଛି ୩୦୦୪ । ସେହିପରି ସୁନ୍ଦରଗଡରେ ୪୫୪ ପଜିଟିଭ୍ କେସ୍ ରହିଥିବାବେଳେ କଟକରୁ ୧୯୧ ପଜିଟିଭ୍ , ସମ୍ବଲପୁରରୁ ୧୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୧୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୪୦୯ ଜଣ । ଆକ୍ଟିଭ କେସ୍ ରହିଛି ୮ ୨୩୭ ।

LEAVE A REPLY

Please enter your comment!
Please enter your name here